Aṣṭagujjarī: Eight Heartfelt Prayers to Lord Jagannātha
Eight heartfelt prayers by the Great Saint Mahāpuruṣa Acyutānanda begging for the grace of the Supreme Lord Jagannātha to save him from this material world.
(Below is the prayer garland as collected from the compositions of Mahāpuruṣa Acyutānanda, composed around 16th Century AD in Oḍiā; transliterated into English Script)
In Oḍiā Script:
ଓଁ ଅଚ୍ଯୁତ ଗୋଲକନାଥଂ
ସାକ୍ଷାତ ଵିଷ୍ଣୁ ସ୍ଵରୂପକଂ ।
କଳିଯୁଗେ ଵିହରଂଚ
ଅଷ୍ଟଗୁଜ୍ଜରୀ ପ୍ରକାଶିତମ୍ ॥
(୧)
(ନାଥ) ଭାଵ ବିନୋଦିଆ ଠାକୁର
ଭକ୍ତ ଵତ୍ସଳ ହରି ।
ଭକତ ଲାଗି କଳେଵର
ନାନା ମୂରତି ଧରି ॥୧॥
ଭକ୍ତ ତୋହର କି କରିବ
ଭକ୍ତ ବୋଲ ରେ ଥାଅ ।
ଭକ୍ତ ପେଷିଲା ହସ୍ତୀନାକୁ
ଦୂତ ପଣ ରେ ଯାଅ ॥୨॥
ପାଣ୍ଡଵଙ୍କୁ ତୁମ୍ଭେ ରଖିଲ
କିସ କଲା କୃପତି ।
ତୁମ୍ଭ ରଖନ୍ତା କୁ ଵିପତ୍ତି
ଦେବା କାହା ଶକତି ॥୩॥
ଭକ୍ତ ଦେଖାଇଲା ଥମ୍ଭକୁ
ଥମ୍ଭୁ ହେଲ ଉଦିତ ।
ଭୃତ୍ଯ ର ଭୃତ୍ଯ ପରିଭୃତ୍ଯ
ଭଣେ ଦୀନ ଅଚ୍ଯୁତ ॥୪॥
(୨)
ଵିଷୟା ରସରେ ମଜ୍ଜିଲି
ସାଧୁ ସଙ୍ଗତ ତେଜି ।
ତରୁଣୀ ତନୟା ତନୁକୁ
ଦିଵା ରଜନୀ ହେଜି ॥୫॥
ତୁମ୍ଭ ନାମ କାହୁଁ ଜାଣିବି
ସ୍ଵାମୀ ଜଗୁ ଜୀଵନ ।
ପ୍ରକୃତିମାନେ ଭୁଲାଇଲେ
ସୁଧାରସ ଆପ୍ଯାନ ॥୬॥
ତୁମ୍ଭେ ଯେବେ କୃପା କରିବ
ମୋତେ ଥିବ ଆଵୋରି ।
କୃତାନ୍ତକ କିସ କରିବ
ବୋଧ ଛଡ ଅଇରି ॥୭॥
ଅଧମ ଉଧାରଣ ବାନା
ଯହୁଁ ଶୁଣିଲି ତୋର ।
ପାମର ଅଚ୍ଯୁତ ଭଣଇ
ତୁହି ଭରସା ମୋର ॥୮॥
(୩)
ଦୁର୍ଜନ ଜନକୁ ଡରଇ
ପିଠି ପାତନା ଦେଇ ।
ନିରେଖ ହୋଇ ପଡ଼ଇଅଛି
ଭଵ ସାଗରେ ମୁହିଁ ॥୯॥
କେ ତୁମ୍ଭର ଭୃତ୍ଯ ହୋଇବ
ଗୋଷ୍ଠୀ ମଣ୍ଡଳେ କହୁ ।
ସେ ମୋତେ ତୁମ୍ଭ ସମକଛ
ହୃଦ ମଧ୍ଯେ ନ ଵହୁ ॥୧୦॥
ତୁମ୍ଭ ସେଵା କାହୁଁ ଜାଣିବି
ତୋର ଭୃତ୍ୟର ସେଵା ।
ସେଵାର ସୀମା ନ ଜାଣଇ
ହୁଡ଼ି ବୋଇଲି ଅବା ॥୧୧॥
ଶ୍ରୀଵତ୍ସ ଅଙ୍କିତ ଏମାନ
ଯେଉଁ ଚରଣେ ନିତି ।
ରୁଦ୍ର ବ୍ରହ୍ମା ଇଂଦ୍ର ଭଜନ୍ତି
ଭଣେ ଦୀନ ଅଚ୍ଯୁତି ॥୧୨॥
(୪)
ମାୟାଜାଲ ଟୋପେ ପଡିଲି
ଦିଗ ନ ଦିଶେ କୂଳ ।
ଭ୍ରାତା ବନ୍ଧୁ କିସ କରିବେ
ମୋତେ ନୋହିଲା ଥଳ ॥୧୩॥
ରଖିଲେ ରଖ ଜଗନ୍ନାଥ
ଆନ ନାହିଁ ରଖନ୍ତା ।
ତୁମ୍ଭେ ନ ରଖିଲେ ଭାସିଲି
ଶୁଣି ହୋଅ ଅଚିନ୍ତା ॥୧୪॥
ଶ୍ରୀବତ୍ସ ବୋଲି ୟେକ ଦ୍ଵିଜ
ହୃଦେ ମାଇଲା ନାତ ।
ଦ୍ରହସିତ ହୋଇ ହସିଲ
ତୁମ୍ଭ ମହିମା ୟେତ ॥୧୫॥
ଵ୍ଯାଧ ଅଜାମିଳ ଗଣିକା
ତାଙ୍କୁ ଦେଲ ସୁଗତି ।
ପତିତ ପାଵନ ବୋଲାଅ
ଭଣେ ଦିନ ଅଚ୍ଯୁତି ॥୧୬॥
(୫)
ରାଜୁସି ଯଜ୍ଞ ସଭାଠାରେ
ବେତ ଧରି ଖୁଣ୍ଟିଆ ।
ଭୃତ୍ଯକୁ ନୃପତି କରାଅ
ପ୍ରଭୁ ଏଡେ ହଟିଆ ॥୧୭॥
ତୁମ୍ଭ ଛାମୁରେ ଜଣାଉଛି
ପ୍ରଭୁ ସନ୍ଦେହ କଥା ।
କେ ଗୁରୁ କେ ଶିଷ୍ଯ ହୋଅନ୍ତି
କାହିଁ ମୁଣ୍ଡାନ୍ତି ମଥା ॥୧୮॥
କେ ଦେଵତା କେ ଭଗତା
କେ କାହାକୁ ପୂଜିଲା ।
କେ ଭୋଗରାଗ କରାଉଛି
କଉଁ ଗୋଟା ଭୁଞ୍ଜିଲା ॥୧୯॥
କେ ପତି କେ ସତୀ କେ ଯତି
କେ କାହିଁ ଗୋଳ ଚିତ୍ତ ।
କେଉଁ ଗୋଟା ହର୍ଷ ଵିରସ
ଭଣେ ଦାସ ଅଚ୍ଯୁତ ॥୨୦॥
(୬)
କେ ନର କୁଞ୍ଜର ତୁରଙ୍ଗ
କେ କାହିଁରେ ଆଶ୍ରମ ।
କଉଁ ଅଙ୍ଗେ ଚନ୍ନ ଲେପନ୍ତି
କଉଁ ପିଣ୍ଡ ଦହନ ॥୨୧॥
ଗୀତା ଭାଗଵତ ପୁରାଣ
ଚାରି ଵେଦ ପୁଛିଲି ।
ତୋବିନୁ ମୋତେ ଗତି ନାହିଁ
ତୀର୍ଥ ଵ୍ରତ ଲୋଡିଲି ॥୨୨॥
ଗୁରୁ ଵଚନ କୃଷ୍ଣ ବ୍ରହ୍ମ
ଲାଗି କହିଲେ କର୍ଣ୍ଣ ।
ସତ୍ଯ ଶାନ୍ତି ଦୟା କ୍ଷମାକୁ
ହେତୁ ମନ ଚୈତନ୍ଯ ॥୨୩॥
ଛପ୍ନ କୋଟି ଜୀଵଜନ୍ତୁ ଯେ
ସର୍ଵ ଘଟ ଏକତ୍ଵ ।
ଲୀଳା ନିମନ୍ତେ ନାନାକାର
ଭଣେ ଦୀନ ଅଚ୍ଯୁତ ॥୨୪॥
(୭)
ଇହ ପରଲୋକ ବୋଲନ୍ତି
ଗତି ପରଚେ ତନୁ ।
ତ୍ରିଗୁଣ ଅଘ ତିମିରକି
ସନ୍ଥ ଦର୍ଶନ ଭାନୁ ॥୨୫॥
ସହସ୍ର ଦଳର ଶିଖରେ
ଲୀଳା ରଞ୍ଚେ ଭ୍ରମର ।
ଶୂନ୍ଯରୁ ଜ୍ୟୋତି ଉର୍ମ ଧୁର୍ମ
ଶୁନ୍ୟେ ଚୁମ୍ବେ କେଶର ॥୨୬॥
ତୁମ୍ଭ ଛାମୁରେ ଜଣାଉଛି
ମଣିଥିବ କେଶଵ ।
ଦିଵା ରଜନୀ ତିଳେ ତିଳେ
ତୁମ୍ଭେ ମୋ ହୃଦେ ଥିବ ॥୨୭॥
ଛପନ କୋଟି ଜୀଵଜନ୍ତୁ
କୋଟି ତେତ୍ରିଶ ଦେଵ ।
କହେ ଅଚ୍ଯୁତି କୃଷ୍ଣ ଭକ୍ତି
ପୂର୍ଵେ ଯାହାର ଥିବ ॥୨୮॥
(୮)
ଜୀଵ ଥାଉଁ ଥାଉଁ ଶରଣ
ଗତି ମାଗଇ ତୋରେ ।
ପ୍ରାଣ ପ୍ରୟାଣ ସମୟକୁ
ଭ୍ରାନ୍ତି ଲାଗୁଛି ମୋରେ ॥୨୯॥
କେଉଁ ଵରଷ କଉଁ ମାସ
କେତେ ଦିନକେ ମୃତ୍ଯୁ ।
କାହିଁ ଥାଇ କାହିଁ ଯିବଇଁ
କାହିଁ ରହିବ ହେତୁ ॥୩୦॥
ଜ୍ଯେଷ୍ଠ ଏକାଦଶୀ ଦିନରୁ
ପୂର୍ଣ୍ଣିମା ଯାଏ ଆଶା ।
ଅଭୟ ଚରଣେ ଶରଣ
ମାଗେ ଏହି ଭରଷା ॥୩୧॥
ଚିତ୍ରୋତ୍ପଳା ନଦୀ ଉତ୍ତରେ
ଗ୍ରାମ ନେମାଳ ଥାନ ।
ସେଠାବେ ଏ ଦେହ ହଜିବ
ମାଗେ ଅଚ୍ଯୁତିମନ ॥୩୨॥
॥ ଇତି ଶ୍ରୀ ଅଷ୍ଟଗୁଜ୍ଜରୀ
ସଦାଜୟ ସମ୍ପୂର୍ଣ୍ଣମ୍ ॥
English Transliteration:
om̐ acyuta golakanāthaṃ
sākṣāta viṣṇu svarūpakaṃ ।
kaḻiyuge viharaṃca
aṣṭagujjarī prakāśitam ॥
(1)
(nātha) bhāva binodiā ṭhākura
bhakta vatsaḻa hari ।
bhakata lāgi kaḻevara
nānā mūrati dhari ॥1॥
bhakta tohara ki kariba
bhakta bola re thāa ।
bhakta peṣilā hastīnāku
dūta paṇa re yāa ॥2॥
pāṇḍavaṅku tumbhe rakhila
kisa kalā kṛpati ।
tumbha rakhantā ku vipatti
debā kāhā śakati ॥3॥
bhakta dekhāilā thambhaku
thambhu hela udita ।
bhṛtya ra bhṛtya paribhṛtya
bhaṇe dīna acyuta ॥4॥
(2)
viṣayā rasare majjili
sādhu saṅgata teji ।
taruṇī tanayā tanuku
divā rajanī heji ॥5॥
tumbha nāma kāhum̐ jāṇibi
svāmī jagu jīvana ।
prakṛtimāne bhulāile
sudhārasa āpyāna ॥6॥
tumbhe yebe kṛpā kariba
mote thiba āvori ।
kṛtāntaka kisa kariba
bodha chaḍa airī ॥7॥
adhama udhāraṇa bānā
yahum̐ śuṇili tora ।
pāmara acyuta bhaṇai
tuhi bharasā mora ॥8॥
(3)
durjana janaku ḍarai
piṭhi pātanā dei ।
nirekha hoi paḍa଼iachi
bhava sāgare muhim̐ ॥9॥
ke tumbhara bhṛtya hoiba
goṣṭhī maṇḍaḻe kahu ।
se mote tumbha samakacha
hṛda madhye na vahu ॥10॥
tumbha sevā kāhum̐ jāṇibi
tora bhṛtyara sevā ।
sevāra sīmā na jāṇai
huḍi boili abā ॥11॥
śrīvatsa aṅkita emāna
yaum̐ caraṇe niti ।
rudra brahmā indra bhajanti
bhaṇe dīna acyuti ॥12॥
(4)
māyājāla ṭope paḍili
diga na diśe kūḻa ।
bhrātā bandhu kisa karibe
mote nohilā thaḻa ॥13॥
rakhile rakha jagannātha
āna nāhim̐ rakhantā ।
tumbhe na rakhile bhāsili
śuṇi hoa acintā ॥14॥
śrīvacha boli yeka dvija
hṛde māilā nāta ।
drahasita hoi hasila
tumbha mahimā yeta ॥15॥
vyādha ajāmiḻa gaṇikā
tāṅku dela sugati ।
patita pāvana bolāa
bhaṇe dina acyuti ॥16॥
(5)
rājusi yajña sabhāṭhāre
beta dhari khuṇṭiā
bhṛtyaku nṛpati karāa
prabhu eḍe haṭiā ॥17॥
tumbha chāmure jaṇāuchi
prabhu sandheha kathā ।
ke guru ke śiṣya hoanti
kāhim̐ muṇḍānti mathā ॥18॥
ke devatā ke bhagatā
ke kāhāku pūjilā ।
ke bhogarāga karāuchi
kaum̐ goṭā bhuñjilā ॥19॥
ke pati ke satī ke yati
ke kāhim̐ goḻa citta ।
kaum̐ goṭā harṣa virasa
bhaṇe dāsa acyuta ॥20॥
(6)
ke nara kuñjara turaṅga
ke kāhim̐re āśrama ।
kaum̐ aṅge canna lepanti
kaum̐ piṇḍa dahana ॥21॥
gītā bhāgavata purāṇa
cāri veda puchili ।
tobinu mote gati nāhim̐
tīrtha vrata loḍili ॥22॥
guru vacana kṛṣṇa brahma
lāgi kahile karṇa ।
satya śānti dayā kṣamāku
hetu mana caitanya ॥23॥
chapna koṭi jīvajantu ye
sarva ghaṭa ekatva ।
līḻā nimante nānākāra
bhaṇe dīna acyuta ॥24॥
(7)
iha paraloka bolanti
gati parace tanu ।
triguṇa agha timiraki
santha darśana bhānu ॥25॥
sahasra daḻara śikhare
līḻā rañce bhramara ।
śūnyaru jyoti urma dhurma
śunye cumbe keśara ॥26॥
tumbha chāmure jaṇāuchi
maṇithiba keśava ।
divā rajanī tiḻe tiḻe
tumbhe mo hṛde thiba ॥27॥
chapana koṭi jīvajantu
koṭi tetriśa deva ।
kahe acyuti kṛṣṇa bhakti
pūrve yāhāra thiba ॥28॥
(8)
jīva thāum̐ thāum̐ śaraṇa
gati māgai tore ।
prāṇa prayāṇa samayaku
bhrānti lāguchi more ॥29॥
kaum̐ varaṣa kaum̐ māsa
kete dinake mṛtyu ।
kāhim̐ thāi kāhim̐ yibaim̐
kāhim̐ rahiba hetu ॥30॥
jyeṣṭha ekādaśī dinaru
pūrṇimā yāe āśā ।
abhaya caraṇe śaraṇa
māge ehi bharaṣā ॥31॥
citrotpaḻā nadī uttare
grāma nemāḻa thāna ।
seṭhābe e deha hajiba
māge acyutimana ॥32॥
॥ iti śrī aṣṭagujjarī
sadājaya sampūrṇam ॥