Śrī Pāda Mahimā: Greatness of the Lotus Feet

Hymn about the Glory and Greatness of the Lotus Feet of the Supreme – the sole focus of the Devotees which becomes their strength and cause of liberation.

(Below is the hymn as collected from the compositions of Mahāpuruṣa Acyutānanda, composed around 16th Century AD in Oḍiā; transliterated into English Script)


In Oḍiā Script:

ଜୟ ଜୟ ଲକ୍ଷ୍ମୀକାନ୍ତ ହେ
ଜୟ ଶ୍ରୀ ଜଗନ୍ନାଥ ।
ଯାର ପାଦେ କୋଟି ବ୍ରହ୍ମାଣ୍ଡ
ଧ୍ଯାନ କରେ ଅଚ୍ଯୁତ ॥୧॥

ଗଙ୍ଗା ଦେଵୀ ଯାର ଚରଣୁ
ହୋଇଛନ୍ତି ବାହାର ।
କେଉଁ ଜଳ ନେଇ ଧୋଇବି
ପ୍ରଭୁ ଚରଣ ତୋର ॥୨॥

ଗରୁଡ ଯାହାର ଵାହନ
କିସ ଦେବି ଆସନ ।
ଲକ୍ଷ୍ମୀ ଦେଵୀ ଯାର ଘରଣୀ
ତାକୁ କି ଦେବି ଧନ ॥୩॥

ସରସ୍ଵତୀ ଯାର ଛାମୁରେ
ଵୀଣା ଯନ୍ତ୍ର ବଜାନ୍ତି ।
କେଉଁ ମନ୍ତ୍ର ପଢି ଭୋ ନାଥ
ତୋତେ କରିବି ସ୍ତୁତି ॥୪॥

କଉସ୍ତୁଭ ମଣି ଯାହାର
ଶୋଭା ଗଳାର ହାର ।
କେଉଁ ହାର ଦେଇ ତୋଷିବି
ଆହେ ନୀଳାଦ୍ରୀ ଵର ॥୫॥

ଵରୁଣ ଯାହାର ଶ୍ଵଶୁର
ଛତ୍ରୀ କେତେ ମାତର ।
କନକ ଦଣ୍ଡ ଧରିଥାଇ
ପ୍ରଭୁ ତୁମ ଛାମୁର ॥୬॥

କୁଵେର ଅଟଇ ଯାହାର
ଭଣ୍ଡାର ରକ୍ଷାପାଳ ।
ପ୍ରଭୁ ହୋଇ ତୁମେ ଭୃତ୍ଯର
ଘରେ ଭିକ୍ଷା ମାଗିଲ ॥୭॥

ଯେଉଁ ପାଦ ଲାଗି ଅହଲ୍ଯା
ପାଷାଣରୁ ତରିଲା ।
ଯେଉଁ ପାଦ ଲାଗି ଭୂଷଣ୍ଡ
କଳ୍ପ ଵଟେ ବସିଲା ॥୮॥

ଯେଉଁ ପାଦପଦ୍ମ ଧ୍ୟାୟୀଣ
ଅଗସ୍ତି ମହାଋଷି ।
ଗଣ୍ଡୁଷ ମାତ୍ରକେ ସପତ
ସିନ୍ଧୁ ଥିଲେଟି ଶୋଷି ॥୯॥

ଯେଉଁ ପଦ ଲାଗି ବଳି ଯେ
ପାତାଳ ରେ ରହିଲା ।
ଯେଉଁ ଗର୍ଭ ଗତେ ମାର୍କଣ୍ଡ
ସପ୍ତ କଳ୍ପ ଦେଖିଲା ॥୧୦॥

ଯେଉଁ ପାଦପଦ୍ମ କୈଵର୍ତ୍ତ
ହେଳେ ଧୋଇ ତୋଷିଲା ।
ଯେପାଦ ଧ୍ଯାୟୀ ଵିଭିଷଣ
ଲଙ୍କେ ନୃପତି ହେଲା ॥୧୧॥

ଯେଉଁ ପାଦପଦ୍ମ ଧ୍ୟାୟୀଣ
କଶ୍ଯପଙ୍କ କୁମର ।
ଷାଠି ଷସ୍ର ବାଳ ଖିଲ୍ଯା ଯେ
ହୋଇଥିଲେ ଉଦ୍ଧାର ॥୧୨॥

ଯେଉଁ ପାଦ କୁ ପ୍ରହଲ୍ଲାଦ
ହେଳେ ଆଶ୍ରଯ କଲା ।
ଦେଵସଭା ମଧ୍ଯେ ସେ ଇନ୍ଦ୍ର
ପଦେ ଯାଇ ବସିଲା ॥୧୩॥

ଉତ୍ତାନପାଦ ରାଜାଙ୍କର
ଧ୍ରୁଵ କୁମର ଜାଣ ।
ଯେଉଁ ପଦେ ଯାଇ ବସିଲା
ଶିଶୁମାର ଚକ୍ରେଣ ॥୧୪॥

ଯେଉଁ ପାଦ ଲାଗି ସେ ମୁରା-
-ସୁର ପ୍ରାଣରେ ମଲା ।
ଯେଉଁ ପାଦ ପଦ୍ମକୁ ବ୍ରହ୍ମା
ବନ୍ଦି ଯେ ନପାରିଲା ॥୧୫॥

ପାଦର ମହିମା ଗୋଵିନ୍ଦ
କିସ ଵର୍ଣ୍ଣିବି ତୋର ।
ସେହି ପଦେ ଧ୍ଯାୟୀ ଭଣିଲେ
ଅଚ୍ଯୁତି ଯେ ପାମର ॥୧୬॥


English Transliteration:

jaya jaya lakṣmīkānta he
jaya śrī jagannātha ।
yāra pāde koṭi brahmāṇḍa
dhyāna kare acyuta ॥1॥

gaṅgā devī yāra caraṇu
hoichanti bāhāra ।
keum̐ jaḻa nei dhoibi
prabhu caraṇa tora ॥2॥

garuḍa yāhāra vāhana
kisa debi āsana ।
lakṣmī devī yāra gharaṇī
tāku ki debi dhana ॥3॥

sarasvatī yāra chāmure
vīṇā yantra bajānti ।
keum̐ mantra paḍhi bho nātha
tote karibi stuti ॥4॥

kaustubha maṇi yāhāra
śobhā gaḻāra hāra ।
keum̐ hāra dei toṣibi
āhe nīḻādrī vara ॥5॥

varuṇa yāhāra śvaśura
chatrī kete mātara ।
kanaka daṇḍa dharithāi
prabhu tuma chāmura ॥6॥

kuvera aṭai yāhāra
bhaṇḍāra rakṣāpāḻa ।
prabhu hoi tume bhṛtyara
ghare bhikṣā māgila ॥7॥

yeum̐ pāda lāgi ahalyā
pāṣāṇaru tarilā ।
yeum̐ pāda lāgi bhūṣaṇḍa
kaḻpa vaṭe basilā ॥8॥

yeum̐ pādapadma dhyāyīṇa
agasti mahāṛṣi ।
gaṇḍuṣa mātrake sapata
sindhu thileṭi śoṣi ॥9॥

yeum̐ pāda lāgi baḻi ye
pātāḻa re rahilā ।
yeum̐ garbha gate mārkaṇḍa
sapta kaḻpa dekhilā ॥10॥

yeum̐ pādapadma kaivartta
heḻe dhoi toṣilā ।
yepāda dhyāyī vibhiṣaṇa
laṅke nṛpati helā ॥11॥

yeum̐ pādapadma dhyāyīṇa
kaśyapaṅka kumara ।
ṣāṭhi ṣasra bāḻa khilyā ye
hoithile uddhāra ॥12॥

yeum̐ pāda ku prahallāda
heḻe āśraya kalā ।
devasabhā madhye se indra-
-pade yāi basilā ॥13॥

uttānapāda rājāṅkara
dhruva kumara jāṇa ।
yeum̐ pade yāi basilā
śiśumāra cakreṇa ॥14॥

yeum̐ pāda lāgi se murā-
-sura prāṇare malā ।
yeum̐ pāda padmaku brahmā
bandi ye napārilā ॥15॥

pādara mahimā govinda
kisa varṇibi tora ।
sehi pade dhyāyī bhaṇile
acyuti ye pāmara ॥16॥

Share this: