Rūparekha Nāhim̐ He Śūnya Dehi: Hymn of Void Personified

Hymn of the Śūnya Dehi – the Formless Void Personified – the Supreme whose body is but void and yet manifests itself without actually being there.

(Below is the hymn as collected from the compositions of the great devotional poet Bhīma Bhoi, composed around the later half of 19th Century AD in Oḍiā; transliterated into English Script)


In Oḍiā Script:

ରୂପରେଖ ନାହିଁ ହେ ଶୂନ୍ଯ ଦେହି
ଛନ୍ତି ଉଦେ ହୋଇ ॥୦॥

ବରଷୁଛି ଜଳ ନ ଥାଇ ପଵନ
ଅଣଚାଶ ଵାଯୁ ବହେ ଘନଘନ ।
ବଢୁ ଅଛି ଜଳ ନାହିଁ ନଦୀକୂଳ
ଉଳକାପାତ ଧାରା ହୋଇ ହେ ॥୧॥

ଜକ ଜକ ଓଦା ଶୁଖିଲା ହୋଇଛି
କବାଟ ନ ଫିଟୁ ନେତ୍ରରେ ଦିଶୁଛି ।
ସେଠାରେ ଆଶ୍ରମ ଅନାଦି ଯେ ବ୍ରହ୍ମ
ଉଦେ ଅସ୍ତ ନାହିଁ ତହିଁ ହେ ॥୨॥

ନିଐଣ୍ଠା ପଦ ନିଷ୍କାମ ନିର୍ଵେଦ
କଳ୍ପନା ନ କରି ଧର ପଦ୍ମପାଦ ।
ନ ଵାଁଞ୍ଚୀ ଦର୍ଶନ କରାଅ ପ୍ରସନ୍ନ
ଆଶା ଭରସା ନ ଦେଇ ହେ ॥୩॥

ବାଲି ମାଟି ନାହିଁ ଉବୁକୁଛି ହ୍ରଦ
ଗଙ୍ଗାଜଳ ଛାଡି କୂପଜଳେ ଗାଧ ।
ଲଭିବ ମୁକତି ନବୁଡିବ ଜାତି
ପୂର୍ଵ ପୁଣ୍ଯ ଥିଲେ ପାଇ ହେ ॥୪॥

ଛାଇ ପଡିଅଛି ନାହିଁ ଵୃକ୍ଷମୂଳ
କଢି ନାହିଁ ତହିଁ ଫଳି ଅଛି ଫଳ ।
ଫୁଟିଛି ପତର ଡେମ୍ଫ ନାହିଁ ତାର
ଅସାଧନ ମାର୍ଗେ ପାଇ ହେ ॥୫॥

ପତିପତ୍ନୀ ରୂପେ କରୁଛ ଯୁଗଳ
ଇନ୍ଦ୍ରିଅଣ୍ଡ ନାହିଁ ପିନ୍ଧିଛ ବକଳ ।
ସେ ପ୍ରଭୁ ପୟରେ ସେଵ ନିରନ୍ତରେ
ଭଣେ ଭୀମସେନ ଭୋଇ ହେ ॥୬॥


English Transliteration:

rūparekha nāhim̐ he śūnya dehi
chanti ude hoi ॥0॥

baraṣuchi jaḻa na thāi pavana
aṇacāśa vāyu bahe ghanaghana ।
baḍhu achi jaḻa nāhim̐ nadīkūḻa
uḻakāpāta dhārā hoi he ॥1॥

jaka jaka odā śukhilā hoichi
kabāṭa na phiṭu netrare diśuchi ।
seṭhāre āśrama anādi ye brahma
ude asta nāhim̐ tahim̐ he ॥2॥

niaiṇṭhā pada niṣkāma nirveda
kaḻpanā na kari dhara padmapāda ।
na vām̐ñcī darśana karāa prasanna
āśā bharasā na dei he ॥3॥

bāli māṭi nāhim̐ ubukuchi hrada
gaṅgājaḻa chāḍi kūpajaḻe gādha ।
labhiba mukati nabuḍiba jāti
pūrva puṇya thile pāi he ॥4॥

chāi paḍiachi nāhim̐ vṛkṣamūḻa
kaḍhi nāhim̐ tahim̐ phaḻi achi phaḻa ।
phuṭichi patara ḍempha nāhim̐ tāra
asādhana mārge pāi he ॥5॥

patipatnī rūpe karucha yugaḻa
indriaṇḍa nāhim̐ pindhicha bakaḻa ।
se prabhu payare seva nirantare
bhaṇe bhīmasena bhoi he ॥6॥

Ruparekha Nahin He
Share this: