Nirākāra Vandanā: Hymn to the Formless

Hymn to Kṛṣṇa – the Nirguṇa Nirākāra (without attribute, without form) – the Absolute Reality in Golaka Puri (the Super Excellent Station) who has manifested as the Saguṇa Nirākāra (with attribute but without form) in present day in Jagannātha Puri (in Odisa, India).

(Below is the hymn as collected from the compositions of Mahāpuruṣa Acyutānanda, composed around 16th Century AD in Oḍiā; transliterated into English)


In Oḍiā Script:

ଅଖିଳ ବ୍ରହ୍ମାଣ୍ଡ ପତି
ଆହେ ଦୀନବନ୍ଧୁ ।
ପତିତ ଜନ ପାଵନ
ଆହେ ଜଗବନ୍ଧୁ ॥୧॥

ଆହେ ହରି ଗର୍ଵହାରି
ଆହେ ଇଛାମୟ ।
ସ୍ଵର୍ଗ ମଞ୍ଚର ସାନ୍ତାଳ
ତୁହି ଯୋଗନ୍ମୟ ॥୨॥

ଭୋ ପ୍ରଭୁ ଜଗତନାଥ
ଆଦି ନିରାକାର ।
ତୋହ ଆଜ୍ଞାରେ ଜଗତ
ସର୍ଜନା ସଂହାର ॥୩॥

ପୂର୍ଣ୍ଣ ବ୍ରହ୍ମ ଅଵତାରେ
ତୁ ଅଖିଳ ପତି ।
ତୋହ ପଦ ରଜ ବିନା
ନୋହେ ଗତି ମୁକ୍ତି ॥୪॥

ଆଦ୍ଯା ଶକ୍ତି ଯୋଗମାୟା
ସେଵି ଅଵିରତ ।
ଵଶ୍ଯ ହୋଇ ବିଜେ କରି
ଥାନ୍ତି ହୃଦଗତ ॥୫॥

ଗୋପିକା ରମଣ ଦେଵ
ରାଧିକା ମୋହନ ।
ଜଳ ସ୍ଥଳ ଶୂନ୍ଯେ ତୁମ୍ଭେ
ସକଳ କାରଣ ॥୬॥

ଅଗ୍ନି ବାୟୁ ଭୂମି ଵନ
ମଣ୍ଡଳ ଜଳଧି ।
ଶଚରାଚର ସଙ୍ଗତେ
ପୁଣି ନଦ ନଦୀ ॥୭॥

ବ୍ରହ୍ମାଣ୍ଡର ନାଥ ତୁମ୍ଭେ
କୃପାର ସାଗର ।
ତୋହ ପଦ ବିନା ନାହିଁ
ଆନ ପ୍ରତିକାର ॥୮॥

ଉଦ୍ଧରି ଧର ତହିଁରୁ
ଆହେ ଆର୍ତ୍ତତ୍ରାଣ ।
ରତ୍ନ ସିଂହାସନ ପାସେ
ସଦା ମୋହ ମନ ॥୯॥

ଜୟ ଜୟ ଜଗନ୍ନାଥ
ନୀଳ ଗିରି ଵାସୀ ।
ଜୟ ଜୟ ଜଗନ୍ନାଥ
ପରଂବ୍ରହ୍ମ ରାଶି ॥୧୦॥

ମହୋଦଧି ତୀରେ ନୀଳ
କନ୍ଦର ଉପରେ ।
ବିଜେ ହୋଇଅଛ ପ୍ରଭୁ
ଚତୁର୍ଦ୍ଧା ରୂପରେ ॥୧୧॥

ସୁଦର୍ଶନ ବଳଭଦ୍ର
ଶ୍ରୀ ହରି ସୁଭଦ୍ରା ।
ଚତୁର୍ଦ୍ଧା ମୁରତି ରୁପେ
ହେଲ ଯୋଗ ମୁଦ୍ରା ॥୧୨॥

ଅଷ୍ଟାଙ୍ଗ ଯୋଗ ସମ୍ଭୁତ
ପରଂଜ୍ଞାନମୟୀ  ।
ଯହିଁରେ କୈଵଲ୍ଯ ମୁକ୍ତି
ହୋଇଛି ଉଦୟେ ॥୧୩॥

ବୌଦ୍ଧ ରୂପ ଧରି ନାଥ
ମୌନେ ବସିଛ ।
ଅରୁପାନନ୍ଦ ମୂରତୀ
ଭଗତେ ତାରୁଛ ॥୧୪॥

ପାଦପାଣି ନାହିଁ ନାସା
କର୍ଣ୍ଣ ଗୁପ୍ତ କରି ।
ପରଂବ୍ରହ୍ମ ଚିଦାନନ୍ଦ
ରୂପ ଅଛ ଧରି ॥୧୫॥

ନିଳାଞ୍ଚଳେ ଲୀଳାମାନ
ଲଗାଇ ଗୋସାଇଁ ।
ତିନି ରୂପ ପ୍ରକାଶିଛ
କଳିଯୁଗ ପାଇଁ ॥୧୬॥

ନୀଳଗିରି ଜଗନ୍ନାଥ
ଚରଣେ ଶରଣ ।
ଦିନ ଅଚ୍ଯୁତ ର ଭଵ
ଭଯ ନିଵାରଣ ॥୧୭॥

କେଉଁ ରୂପ ଧ୍ଯାୟୀ ତୋର
କରିବି ଜଣାଣ ।
ମୁକତି ପାଇଁ ଅଚ୍ଯୁତି
ପଶିଲା ଶରଣ ॥୧୮॥


English Transliteration:

akhiḻa brahmāṇḍa pati
āhe dīnabandhu ।
patita jana pāvana
āhe jagabandhu ॥1॥

āhe hari garvahāri
āhe ichāmaya ।
svarga mañcara sāntāḻa
tuhi yoganmaya ॥2॥

bho prabhu jagatanātha
ādi nirākāra ।
toha ājñāre jagata
sarjanā saṃhāra ॥3॥

pūrṇṇa brahma avatāre
tu akhiḻa pati ।
toha pada raja binā
nohe gati mukti ॥4॥

ādyā śakti yogamāyā
sevi avirata ।
vaśya hoi bije kari
thānti hṛdagata ॥5॥

gopikā ramaṇa deva
rādhikā mohana ।
jaḻa sthaḻa śūnye tumbhe
sakaḻa kāraṇa ॥6॥

agni bāyu bhūmi vana
maṇḍaḻa jaḻadhi ।
śacarācara saṅgate
puṇi nada nadī ॥7॥

brahmāṇḍara nātha tumbhe
kṛpāra sāgara ।
toha pada binā nāhim̐
āna pratikāra ॥8॥

uddhari dhara tahim̐ru
āhe ārttatrāṇa ।
ratna siṃhāsana pāse
sadā moha mana ॥9॥

jaya jaya jagannātha
nīḻa giri vāsī ।
jaya jaya jagannātha
paraṃbrahma rāśi ॥10॥

mahodadhi tīre nīḻa
kandara upare ।
bije hoiacha prabhu
caturddhā rūpare ॥11॥

sudarśana baḻabhadra
śrī hari subhadrā ।
caturddhā murati rupe
hela yoga mudrā ॥12॥

aṣṭāṅga yoga sambhuta
paraṃjñānamayi ।
yahim̐re kaivalya mukti
hoichi udayae ॥13॥

bauddha rūpa dhari nātha
maune basicha ।
arupānanda mūratī
bhagate tārucha ॥14॥

pādapāṇi nāhim̐ nāsā
karṇṇa gupta kari ।
paraṃbrahma cidānanda
rūpa acha dhari ॥15॥

niḻāñcaḻe līḻāmāna
lagāi gosāim̐ ।
tini rūpa prakāśicha
kaḻiyuga pāim̐ ॥16॥

nīḻagiri jagannātha
caraṇe śaraṇa ।
dina acyuta ra bhava
bhaya nivāraṇa ॥17॥

keum̐ rūpa dhyāyī tora
karibi jaṇāṇa ।
mukati pāim̐ acyuti
paśilā śaraṇa ॥18॥

Share this: