Navagujjarī: Nine Songs in Surrender to Lord Jagannātha

Nine songs by the Great Saint Mahāpuruṣa Acyutānanda in complete self-surrender, and conversation with the Supreme Lord Jagannātha.

(Below is the song garland as collected from the compositions of Mahāpuruṣa Acyutānanda, composed around 16th Century AD in Oḍiā; transliterated into English Script)


In Oḍiā Script:

(୧)

ଜୟ ନୀଳାଦ୍ରିନାଥ ହରି
ଜୟ ରମା ରମଣ ।
ଜୟ ଅନାଦି ଆଦିକନ୍ଦ
ଜୟ କର କାରଣ ॥୧॥
ଜୟ ଅନନ୍ତ ଗୋପୀନାଥ
ଜୟ ରଙ୍ଗ ଅଧର ।
ଜୟ ଗୋକୁଳ କୁଳପାଳ
ଜୟ ମନ୍ଦରଧର ॥୨॥
ଜୟ କଂସ କେଶି ଵିନାଶ
ଜୟ ରାଧାରମଣ ।
ତ୍ରିଭଙ୍ଗୀ ଭଙ୍ଗୀ ଘନଶ୍ୟାମ
ଜୟ ଗୋପରକ୍ଷଣ ॥୩॥
ଜୟ କାଳୀ ଵାଳୀ ଵିନାଶ
ବଳୀ ଗର୍ଵ ଗଞ୍ଜନ ।
ଅହଲ୍ୟା ଦ୍ରୌପଦୀ ଵିପତ୍ତି
ଵିଭୀଷଣ ରକ୍ଷଣ ॥୪॥
ଅଖିଳ ବ୍ରହ୍ମାଣ୍ଡଇଁ ସିନା
ତୋହ ଲୀଳା ହେ ନାଥ ।
ଡାକିଲେ ପ୍ରଭୁହେ ନ ଶୁଣ
ଭଣେ ଦୀନ ଅଚ୍ୟୁତ ॥୫॥

(୨)

ଅନାଥର ନାଥ ଅଟ ହୋ
ତୋର ନାମ ଅନନ୍ତ ।
ଅନ୍ତର୍ଯ୍ୟାମୀ ପ୍ରଭୁ ମହିମା
କେହୁ କହିବ ଅନ୍ତ ॥୬॥
ତୁହି କରୁଣା ଅକୂପାର
ନାମ କୃପା ଵାରିଧି ।
ଅଖିଳ ବ୍ରହ୍ମାଣ୍ଡ ମଧ୍ୟରେ
ତୋହ ନାମ ପ୍ରସିଦ୍ଧି ॥୭॥
କେତେ କେତେ ହରି ତାରିଛ
କର୍ଣ୍ଣେ ଶୁଣିଛି ମୁହିଁ ।
କିସ କଥା ମୁହିଁ ଵର୍ଣ୍ଣିବି
ମୋର ଶକତି କାହିଁ ॥୮॥
ରଖିଲେ ରଖ ମହାବାହୁ
ନ ରଖିଲେ ଭାସିଲି ।
ଅରକ୍ଷ ରକ୍ଷଣ ନାଥ ଯେ
ଆଉ ମୁଁ ନ ଦେଖିଲି ॥୯॥
ଆତଙ୍ଗ ନାସନ ବାନା ତୋ
ରଖ କମଳାନାଥ ।
ଡାକି ଡାକି ଦୀନ ଅଚ୍ୟୁତ
ଏବେ ହେଲା ଅନାଥ ॥୧୦॥

(୩)

ଅଶେଷ ବ୍ରହ୍ମାଣ୍ଡ ମଧ୍ୟରେ
ଅଂଶାଅଂଶ ପୁରିଛି ।
ଅଶେଷ ମାର୍ଗେ ମୁଁ ଲୋଡଇ
ଲେଶ ନ ପାଏ କିଛି ॥୧୧॥
ଦିଵାନିଶି ନାଥ ଵନ୍ଦଇ
ତୋହ ପଦ୍ମଚରଣ ।
ଯେଉଁ କଥା ମୁହିଁ ମାଗଇ
ପ୍ରଭୁ କର୍ଣ୍ଣରେ ଶୁଣ ॥୧୨॥
ବ୍ରହ୍ମା ଇଂଦ୍ରପଦ ନ ଵାଞ୍ଛେ
ଜ୍ଞାନ ଧ୍ୟାନ ନ ଇଛେ ।
ସପ୍ତଦ୍ୱୀପ ପୃଥ୍ଵୀ ରାଜନ
ହେବା ଚିତ୍ତ ନ ଵାଞ୍ଛେ ॥୧୩॥
ଯୋଗୀ ଯତୀଂଦ୍ର ମୁଁ ନୋହିବି
ବ୍ରହ୍ମଜ୍ଞାନୀ ଵିଵେକୀ ।
ସାଧୁ ସନ୍ଥ ମୁଁ ନୋହିବି
ନୋହେ ଚିତା ତିଳେକୀ ॥୧୪॥
ମରଣ ଵେଳକୁ ଶରଣ
ତୋହ ଚରଣେ ହେବ ।
ଅଚ୍ୟୁତ ବୋଲେ ପରିତ୍ରାଣ
ଆନ ଗତି ନୋହିବ ॥୧୫॥

(୪)

ଆଜନ୍ମୁ ମୁହିଁ ମହାପାପୀ
ଅଜାମିଳୁ ଅଧିକ ।
ପାତେକି ଆପ୍ରାଧି ମୋ ନାମ
କ୍ଷିତି ମଣ୍ଡଳେ ଟେକ ॥୧୬॥
ମାତାପିତା ପାଦେ ଦ୍ରୋହୀ
ମୁଁ ଭ୍ରାତା ଵନ୍ଧୁ ନିନ୍ଦଇ ।
ଗୁରୁ କୃଷ୍ଣ ଵଇଷ୍ଣଵକୁ
ଦେଖି ଉପହାସ୍ୟଇ ॥୧୭॥
ମୋ ପରି ପତିତ ପାମର
କ୍ଷିତି ମଧ୍ୟରେ ନାହିଁ ।
ତାର ବା ନ ତାର ପ୍ରଭୁ ହେ
ମୋର ଆଉ କେ କାହିଁ ॥୧୮॥
ଭଜନ ସୋରଣ କୀର୍ତ୍ତନ
ମୋର ନାହିଁ ଵେଭାର ।
ମୋତେ ୟେଥି ମୁହିଁ ନ
ଚିହ୍ନି ବୁଲୁଅଛି ମହୀର ॥୧୯॥
ଅକର୍ମ ଦାନୀଟି ବୋଲାଅ
କର୍ମେ ନାହିଁ ମୋ ମତି ।
ଶରଣ ସୋଦର ଉଧର
ଭଣେ ଦୀନ ଅଚ୍ୟୁତି ॥୨୦॥

(୫)

କିସ ଜପ ତପ କରିବି
କିସ କରିବି ଧ୍ୟାନ ।
କଉଁ ଯୋଗ ମୁଁ ଯେ ସାଧିବି
ୟେଡେ ଅଭାଗା ଜନ ॥୨୧॥
ଅକାର ଉକାର ମକାର
ପ୍ରଭୁ ନଜାଣେ କିଛି ।
ଏକା ତୋହ ନାମ ଗୋଟାକୁ
ମୁଁ ଯେ ସତ୍ୟ ମଣିଛି ॥୨୨॥
ଏକାକ୍ଷର ତତ୍ତ୍ଵ ନପାଇ
ଭ୍ରମେ ମୁଁ ମାୟାଵଣେ ।
ଅଣାକାର ଆଦି ଓମତି
ପ୍ରଭୁ କିଛି ନ ଜାଣେ ॥୨୩॥
ତୋହୋ ସମକଛ ନ ପାଏ
ପ୍ରଭୁ ଗୁରୁ ହେ ଜଣେ ।
ଭଗତି ମୁକତି ପଥ ଯେ
ନାଥ ମୁଁ କିସ ଜାଣେ ॥୨୪॥
ମନ୍ତ୍ର ଯନ୍ତ୍ର ତନ୍ତ୍ର ସାଧନା
ନାମ ତତ୍ତ୍ଵରେ ମତି ।
ନଜାଣି ଜଣାଇଁ କହୁଛି
ମୁଁ ଅଧମ ଅଚ୍ୟୁତି ॥୨୫॥

(୬)

ୟେଥକୁ ଵିଚାର କରି ହେ
ପ୍ରଭୁ ରଙ୍ଗା ଅଧର ।
ମୋ ପରି ପତିତ ଜଣେ ଯେ
ନାହିଁ ଭଵ ମଧ୍ୟର ॥୨୬॥
ଗୁଆଁର ନିର୍ବୋଧ ପାମର
ରଜ ତମରେ ମତ୍ତ ।
ମଦ ମଛ କାମ କ୍ରୋଧରେ
ପଡି ହୋଇଲି ହତ ॥୨୭॥
ଏଥୁଁ ଯଦି ଦୟା ହୋଇବ
ଯମ ଯାତନା କାଟି ।
ଜନ୍ମେ ଜନ୍ମେ ଭୃତ୍ୟ ଭାଵେଣ
ପାଦେ ଥିବି ମୁଁ ଖଟି ॥୨୮॥
ନୋହିଲେ ଏ ଭଵେ ମରିବି
ପ୍ରଭୁ ନିନ୍ଦା ହୋଇବ ।
ଅନାଥ ନାଥ ମହାଵାହୁ
କେ କାହିଁକି ଡାକିବ ॥୨୯॥
ଭାସିଗଲି ଭଵ ଜଳରେ
ନିଶ୍ଚେ ହୋଇଲି ନାଶ ।
ଅଚ୍ୟୁତ ବୋଲେ ମହାପ୍ରଭୁ
କିସ ପାଇବ ଯଶ ॥୩୦॥

(୭)

ଦୁଖୀ ଦୁଖଃ କି ନ ଶୁଭଇ
କର୍ଣ୍ଣ ହେଲା ଵଧୀର ।
ଦୟାଳୁ ହୃଦୟ ମୋ ଲାଗି
ପ୍ରଭୁ କଲ ପଥର ॥୩୧॥
ଶଙ୍ଖ ଚକ୍ର ଗଦା ପଦ୍ମ କି
ହାଥୁଁ ପଡିଲା ଝଡି ।
ଵେଳୁଁଵେଳ ମାୟା ମୋହ ଯେ
ମୋହ ଅଙ୍ଗକୁ ଜଡି ॥୩୨॥
ଏବେକି ଗରୁଡ ଆସନ
ପ୍ରଭୁ ହୋଇଲା ଦୂର ।
ଦେଖୁଁ ଦେଖୁଁ କାଳନାଗୁଣୀ
ଦଂସେ ମୋର ଶରୀର ॥୩୩॥
ଚଳି ନ ପାରଇ ସଂସାରେ
ଏ ଯେ ଵିଷମ ପଥ ।
ତୋହ ନ ରଖିଲା ଜଗତେ
ନାଥ ହେବି ଅନାଥ ॥୩୪॥
ଦାସକୁ ନିରାଶ କରି ହେ
ପ୍ରଭୁ କି ଯଶ ହେବ ।
ଅଚ୍ୟୁତ ଦାସ କି ଏ ଭଵ-
-ଜଳେ ବୁଡି ମରିବ ॥୩୫॥

(୮)

ଭଗତ ଵିକଳ ଦେଖିଣ
ଜଗନ୍ନାଥ କହନ୍ତି ।
ଭଵାର୍ଣ୍ଣବୁ ଯେବେ ତରିବୁ
ଶୁଣ ଦେଇଣ ମତି ॥୩୬॥
ପୋଅ ନାତି ଜ୍ଞାତି ଭାରିଜା
ଦୁଃଖ କରି ପୋଷିବୁ ।
ୟେକା ମୋର ନାମ ଗୋଟାକୁ
ହୃଦପଦ୍ମେ ଘୋଷିବୁ ॥୩୭॥
ପଥକୁ ସଙ୍ଖାଳି ହୋଇବ
ନାମ ଗାୟନ ସାର ।
ତୋ ନାମକୁ ତୁହି ଜପିବୁ
ଜୀଵ ଗଲା ଵେଳର ॥୩୮॥
ତୁ କିସ ଜପିବୁ ସେ ନାମ
ତୋର ଜପରେ ନାହିଁ ।
ନାମ ଗୋଟି ସେ ନିରନ୍ତରେ
ତହିଁ ଜପୁ ଅଛଇଁ ॥୩୯॥
ଶୁଣିଣ ଅଚ୍ୟୁତ ଦାସ ଯେ
ଶୋକଭର ହୋଇଲା ।
ଶ୍ରୀପଦ୍ମ ଚରଣେ ପଡ଼ିଣ
ନିସ୍ତରିଲି ବୋଇଲା ॥୪୦॥

(୯)

ଚିତ୍ତ ଉଲୁସିଣ ଉଠିଲା
ଚକ୍ଷୁ ନୀରେ ପୂରିଲା ।
ଭାଵ ଵିନୋଦିଆ ଠାକୁର
ତୋର ଏମନ୍ତ ଲୀଳା ॥୪୧॥
ଆଶା ଭରସା ମୋ ପୁରିଲା
କର୍ଣ୍ଣେ ଶୁଣିଲି ମୁହିଁ ।
ଏଡେ ଦୟାଳୁ ପଣ ଗୋଟା
କାହିଁ ଥିଲ ଲୁଚାଇ ॥୪୨॥
ଚିତ୍ରୋତ୍ପଳା ନଦୀ ଉତ୍ତରେ
ପ୍ରଭୁ ରହିଣ ଥିବି ।
ହରି ହରି ବୋଲି ନିରତେ
ଦିଵାନିଶି ଵଞ୍ଚିବି ॥୪୩॥
ଭକତଙ୍କ ଭୃତ୍ୟ ହୋଇଣ
ବୁଲୁଥିବି ଜଗତେ ।
ତୋହ ନାମ ମୁହିଁ ଭଜିଣ
ଥିବି ଅନୁଵରେତେ ॥୪୪॥
ପ୍ରାଣୀର ତାରଣ ମାରଣ
ପ୍ରଭୁ ଜଗୁଜୀଵନ ।
ପାମାର ଅଚ୍ୟୁତ ଦାସର
କର ମାନସ ପୂର୍ଣ୍ଣ ॥୪୫॥

॥ ଇତି ଶ୍ରୀ ନଵଗୁଜ୍ଜରୀ
ସଦାଜୟ ସମ୍ପୂର୍ଣ୍ଣମ୍ ॥


English Transliteration:

(1)

jaya nīḻādrinātha hari
jaya ramā ramaṇa ।
jaya anādi ādikanda
jaya kara kāraṇa ॥1॥
jaya ananta gopīnātha
jaya raṅga adhara ।
jaya gokuḻa kuḻapāḻa
jaya mandaradhara ॥2॥
jaya kaṃsa keśi vināśa
jaya rādhāramaṇa ।
tribhaṅgī bhaṅgī ghanaśyāma
jaya goparakṣaṇa ॥3॥
jaya kāḻī vāḻī vināśa
baḻī garva gañjana ।
ahalyā draupadī vipatti
vibhīṣaṇa rakṣaṇa ॥4॥
akhiḻa brahmāṇḍaim̐ sinā
toha līḻā he nātha ।
ḍākile prabhuhe na śuṇa
bhaṇe dīna acyuta ॥5॥

(2)

anāthara nātha aṭa ho
tora nāma ananta ।
antarayāmī prabhu mahimā
kehu kahiba anta ॥6॥
tuhi karuṇā akūpāra
nāma kṛpā vāridhi ।
akhiḻa brahmāṇḍa madhyare
toha nāma prasiddhi ॥7॥
kete kete hari tāricha
karṇe śuṇichi muhim̐ ।
kisa kathā muhim̐ varṇibi
mora śakati kāhim̐ ॥8॥
rakhile rakha mahābāhu
na rakhile bhāsili ।
arakṣa rakṣaṇa nātha ye
āu mum̐ na dekhili ॥9॥
ātaṅga nāsana bānā to
rakha kamaḻānātha ।
ḍāki ḍāki dīna acyuta
ebe helā anātha ॥10॥

(3)

aśeṣa brahmāṇḍa madhyare
aṃśāaṃśa purichi ।
aśeṣa mārge mum̐ loḍai
leśa na pāe kichi ॥11॥
divāniśi nātha vandai
toha padmacaraṇa ।
yeum̐ kathā muhim̐ māgai
prabhu karṇare śuṇa ॥12॥
brahmā indrapada na vāñche
jñāna dhyāna na iche ।
saptadvīpa pṛthvī rājana
hebā citta na vāñche ॥13॥
yogī yatīndra mum̐ nohibi
brahmajñānī vivekī ।
sādhu santha mum̐ nohibi
nohe citā tiḻekī ॥14॥
maraṇa veḻaku śaraṇa
toha caraṇe heba ।
acyuta bole paritrāṇa
āna gati nohiba ॥15॥

(4)

ājanmu muhim̐ mahāpāpī
ajāmiḻu adhika ।
pāteki āprādhi mo nāma
kṣiti maṇḍaḻe ṭeka ॥16॥
mātāpitā pāde drohī
mum̐ bhrātā vandhu nindai ।
guru kṛṣṇa vaiṣṇavaku
dekhi upahāsyai ॥17॥
mo pari patita pāmara
kṣiti madhyare nāhim̐ ।
tāra bā na tāra prabhu he
mora āu ke kāhim̐ ॥18॥
bhajana soraṇa kīrttana
mora nāhim̐ vebhāra ।
mote yethi muhim̐ na
cihni buluachi mahīra ॥19॥
akarma dānīṭi bolāa
karme nāhim̐ mo mati ।
śaraṇa sodara udhara
bhaṇe dīna acyuti ॥20॥

(5)

kisa japa tapa karibi
kisa karibi dhyāna ।
kaum̐ yoga mum̐ ye sādhibi
yeḍe abhāgā jana ॥21॥
akāra ukāra makāra
prabhu najāṇe kichi ।
ekā toha nāma goṭāku
mum̐ ye satya maṇichi ॥22॥
ekākṣara tattva napāi
bhrame mum̐ māyāvaṇe ।
aṇākāra ādi omati
prabhu kichi na jāṇe ॥23॥
toho samakacha na pāe
prabhu guru he jaṇe ।
bhagati mukati patha ye
nātha mum̐ kisa jāṇe ॥24॥
mantra yantra tantra sādhanā
nāma tattvare mati ।
najāṇi jaṇāim̐ kahuchi
mum̐ adhama acyuti ॥25॥

(6)

yethaku vicāra kari he
prabhu raṅgā adhara ।
mo pari patita jaṇe ye
nāhim̐ bhava madhyara ॥26॥
guām̐ra nirbodha pāmara
raja tamare matta ।
mada macha kāma krodhare
paḍi hoili hata ॥27॥
ethum̐ yadi dayā hoiba
yama yātanā kāṭi ।
janme janme bhṛtya bhāveṇa
pāde thibi mum̐ khaṭi ॥28॥
nohile e bhave maribi
prabhu nindā hoiba ।
anātha nātha mahāvāhu
ke kāhim̐ki ḍākiba ॥29॥
bhāsigali bhava jaḻare
niśce hoili nāśa ।
acyuta bole mahāprabhu
kisa pāiba yaśa ॥30॥

(7)

dukhī dukhaḥ ki na śubhai
karṇa helā vadhīra ।
dayāḻu hṛdaya mo lāgi
prabhu kala pathara ॥31॥
śaṅkha cakra gadā padma ki
hāthum̐ paḍilā jhaḍi ।
veḻum̐veḻa māyā moha ye
moha aṅgaku jaḍi ॥32॥
ebeki garuḍa āsana
prabhu hoilā dūra ।
dekhum̐ dekhum̐ kāḻanāguṇī
daṃse mora śarīra ॥33॥
caḻi na pārai saṃsāre
e ye viṣama patha ।
toha na rakhilā jagate
nātha hebi anātha ॥34॥
dāsaku nirāśa kari he
prabhu ki yaśa heba ।
acyuta dāsa ki e bhava-
-jaḻe buḍi mariba ॥35॥

(8)

bhagata vikaḻa dekhiṇa
jagannātha kahanti ।
bhavārṇabu yebe taribu
śuṇa deiṇa mati ॥36॥
poa nāti jñāti bhārijā
duḥkha kari poṣibu ।
yekā mora nāma goṭāku
hṛdapadme ghoṣibu ॥37॥
pathaku saṅkhāḻi hoiba
nāma gāyana sāra ।
to nāmaku tuhi japibu
jīva galā veḻara ॥38॥
tu kisa japibu se nāma
tora japare nāhim̐ ।
nāma goṭi se nirantare
tahim̐ japu achaim̐ ॥39॥
śuṇiṇa acyuta dāsa ye
śokabhara hoilā ।
śrīpadma caraṇe paḍa଼iṇa
nistarili boilā ॥40॥

(9)

citta ulusiṇa uṭhilā
cakṣu nīre pūrilā ।
bhāva vinodiā ṭhākura
tora emanta līḻā ॥41॥
āśā bharasā mo purilā
karṇe śuṇili muhim̐ ।
eḍe dayāḻu paṇa goṭā
kāhim̐ thila lucāi ॥42॥
citrotpaḻā nadī uttare
prabhu rahiṇa thibi ।
hari hari boli nirate
divāniśi vañcibi ॥43॥
bhakataṅka bhṛtya hoiṇa
buluthibi jagate ।
toha nāma muhim̐ bhajiṇa
thibi anuvarete ॥44॥
prāṇīra tāraṇa māraṇa
prabhu jagujīvana ।
pāmāra acyauta dāsara
kara mānasa pūrṇa ॥45॥

॥ iti śrī navagujjarī
sadājaya sampūrṇam ॥

Share this: