Śaraṇa Pañjara: The Torso of Surrender

Hymn describing the Names of the Supreme Lord which when sung with faith and surrender works as a layer of protection, and dispels fear and sorrow.

(Below is the hymn as collected from the compositions of Mahāpuruṣa Acyutānanda, composed around 16th Century AD in Oḍiā; transliterated into English Script)


In Oḍiā Script:

ମନ କହଇ ଆହେ ଚଇତନ ।
ଥିର ମାତ୍ର ହୋଇ ସଧୀରେ ଶୁଣ ॥୧॥
ଚାଲ ସୁମନ ସଙ୍ଗ ହୋଇଯିବା ।
ଜଗମୋହନେ ଶରଣ ପଶିବା ॥୨॥
ତାଙ୍କ ଚରଣେ ପଶିଲେ ଶରଣ ।
ସେହୁ ନାଶିବେ ଅଶେଷ କଷଣ ॥୩॥
ଏମନ୍ତ ସମସ୍ତେ ମେଳ ହୋଇଲେ ।
ଜଗମୋହନକୁ ଚଳିଣ ଗଲେ ॥୪॥
ଦ୍ୱାଦଶ ଗୋପାଳ ସଙ୍ଗତେ ଶୋଭା ।
ଅଚ୍ୟୁତ ଦାସଯେ ଆଗରେ ଉଭା ॥୫॥
ଗରୁଡ ପାରୁଶେ ଉଭା ହୋଇଣ ।
ଦୀନ ଅଚ୍ୟୁତ କରଇ ଜଣାଣ ॥୬॥
ଶରଣ ପଶିଣ ଚରଣ ତଳେ ।
ପଦ୍ମମୁଖକୁ ଯେ ଚାହିଁଣ ଡୋଳେ ॥୭॥
ପାମର ଅଚ୍ୟୁତ କରେ ଵିନତି ।
ଉଦ୍ଧରିବେ ମୋତେ କମଳା ପତି ॥୮॥
ନମୋ ଜଗତ ଜୀଵନ ମୁରାରି ।
ନମୋ କମଳ ଶଙ୍ଖଚକ୍ର ଧାରୀ ॥୯॥
ନମୋ ଭକତଜନଙ୍କ ଗୋସାଇଁ ।
ନମସ୍ତେ ନନ୍ଦନନ୍ଦନ କହ୍ନାଇ ॥୧୦॥
ନମୋ ଵାସୁଦେଵ ସଙ୍କରଷଣ ।
ନମୋ ପ୍ରଦ୍ୟୁମ୍ନ ନମୋ ନାରାୟଣ ॥୧୧॥
ନମୋ ଵରାହ ଵିଶ୍ଵରୂପଧାରୀ ।
ନମୋ ନିର୍ଗୁଣ ନିର୍ଵିକାର ହରି ॥୧୨॥
ନମୋ ପଦ୍ମନାଭ ପଦ୍ମଜା କାନ୍ତ ।
ନମୋ ପଦ୍ମହସ୍ତ ନମୋ ଅନନ୍ତ ॥୧୩॥
ନମସ୍ତେ ପୁଷ୍କର ସହସ୍ରେ ପାଦ ।
ନମସ୍ତେ ନମସ୍ତେ ସହସ୍ରେ ଭୁଜ ॥୧୪॥
ନମସ୍ତେ ଵରାହ ଵରଦାୟକ ।
ମୁଢ ଅଚ୍ୟୁତକୁ ବାରେକ ରଖ ॥୧୫॥
ନମୋ ଅଚ୍ୟୁତ ନମୋ ବାଳ ରୂପ ।
ନମସ୍ତେ ବାଳଅର୍କ ଦିଶେ ରୂପ ॥୧୬॥
କେଶଵ ଵାମନ ନମସ୍ତେ ରାମ ।
ମାଧଵ ଗୋଵିନ୍ଦ ହେ ପର୍ଶୁରାମ ॥୧୭॥
ମଧୁସୂଦନ ନମସ୍ତେ ଗୋପାଳ ।
ଗୋଵର୍ଦ୍ଧନଧାରୀ ଆହେ ଭୁପାଳ ॥୧୮॥
ଶ୍ରୀଵତ୍ସ ତ୍ରିଵିକ୍ରମ ନମସ୍ତୁତେ ।
ପିତାମ୍ଵରଧାରୀ ରଖଯେ ମୋତେ ॥୧୯॥
ସୃଷ୍ଟି କରତା ଗୋପେ ଅଧିକାରୀ ।
ନମସ୍ତେ ନିକୁଞ୍ଜ ଵନଵିହାରୀ ॥୨୦॥
ନମୋ ସାମ ଯଜୁ ଵେଦଙ୍କ ପତି ।
ନମୋ ୠକ ଅଥର୍ଵର ଯେ ଗତି ॥୨୧॥
ନମସ୍ତେ ଶ୍ରୀପତି ଶ୍ରୀଧର ନମୋ ।
ଜ୍ଞାନୀ ମାନଙ୍କ ଆନନ୍ଦର ଧାମ ॥୨୨॥
ନମୋ ଶ୍ୟାମ ପିତାମ୍ଵର ଶ୍ରୀକାନ୍ତ ।
ନରକ ତାରଣ ନମୋ ଅନନ୍ତ ॥୨୩॥
କୃତାନ୍ତ ଦଣ୍ଡରୁ ହେଳେ ଉଦ୍ଧାର ।
ମୁଢ ଅଚ୍ୟୁତକୁ ଉଦ୍ଧରି ଧର ॥୨୪॥
ନମୋ ମଧୁରିପୁକୈଟଭାନ୍ତକ ।
ନମୋ ମହୋଦଧି ଜଳଶାୟକ ॥୨୫॥
ନମୋ କେଶିନାଶ କୂର୍ମ ରୂପକ ।
ନମୋ ନରସିଂହ ହଂସ ରୂପକ ॥୨୬॥
ନମୋ ପରମ ବ୍ରହ୍ମ ସନାତନ ।
ନମୋ ହୃଷୀକେଶ କେଶଵ ନମ ॥୨୭॥
ନମୋ ଭଗଵତେ ଵାସୁଦେଵାୟ ।
ନମୋ ମୋହନାଶ ଭୟ ହରାୟ ॥୨୮॥
ନମୋ ରତିପତି ମୋହନାଶନ ।
ନମୋ ଵିଶ୍ୱମୂର୍ତ୍ତି ଵିଶ୍ଵକେଶନ ॥୨୯॥
ତ୍ରୈଲୋକପତି ନମୋ ଭଗଵାନ ।
ଭକତବନ୍ଧୁ ନମୋ ସୁଦର୍ଶନ ॥୩୦॥
ନମୋ ଵାକ୍ୟପତି ସୁଖ କରତା ।
ଦେହର ଗତି ମୁକତି ଯେ ଦାତା ॥୩୧॥
ଦେଵତା ମାନଙ୍କ ଗତି କରତା ।
ସହସ୍ର ରୂପରେ ନିତ୍ୟେ ଵସନ୍ତା ॥୩୨॥
ନମୋ ଵସୁଵକ୍ର ଯଜ୍ଞରୂପାୟ ।
ପ୍ରଳମ୍ଭା ଯାମଳା କଂସ ମର୍ଦ୍ଦାୟ ॥୩୩॥
ଅଷ୍ଟମଲ୍ଲଙ୍କର ହନ୍ତକରତା ।
ଅଖିଳ ଲୋକମାନଙ୍କର ଦାତା ॥୩୪॥
ନମୋ ଯଜ୍ଞମୂର୍ତ୍ତି ମଧୁସୂଦନ ।
କମଳପତ୍ର ନୟନ ହେ ନମୋ ॥୩୫॥
ନମୋ ଜୟନ୍ତ ନମୋ ତ୍ରିଲୋଚନ ।
ନମୋ ଗୋଵିନ୍ଦ ଗୋପୀନାଥ ନମ ॥୩୬॥
ନମୋ ନୃସିଂହ ନମୋ ତ୍ରିଵିକ୍ରମ ।
ନମସ୍ତେ କୌସ୍ତୁଭଧାରୀ ହେ ନମ ॥୩୭॥
ନମୋ ଚତୁର୍ଭୁଜ ଯମୁନାପତି ।
ଦାନଵ ନାଶନ ଯଦୁଙ୍କ ଗତି ॥୩୮॥
ଯଜ୍ଞଵରାହ ଜୟ ତୁ କେଶଵ ।
ନମୋ ଗଦାଧର ନମୋ ଯାଦଵ ॥୩୯॥
ପରମେଶ୍ୱର ପଦ୍ମଜାର ବନ୍ଧୁ ।
ପରମାନନ୍ଦ ଜୟ କୃପାସିନ୍ଧୁ ॥୪୦॥
କରୁଣାସିନ୍ଧୁ ନମୋ କମ୍ଵୁଧାରୀ ।
ଵିନାଶ କର ଵିପତ୍ତି ମୋହରି ॥୪୧॥
ବାରେ ସୁଦୟା କର ମୋହଠାରେ ।
ନମୋ ଖଗପତି ଖଟ୍ଵାଙ୍ଗଧାରେ ॥୪୨॥
ଖଣ୍ଡା ପରଶୁଧାରୀ ନମୋ ନମ ।
ନମୋ ଵିରଞ୍ଚି ନମୋ ନାରାୟଣ ॥୪୩॥
ନମୋ ନୀଳାଦ୍ରି ଵରଲୋଚନାୟ ।
ନମୋ ନାରକାସୁର ଵିନାଶାୟ ॥୪୪॥
କଞ୍ଜଲୋଚନ କରୁଣା ନିଦାନ ।
କରିଵରକୁ ଶରଣ ରକ୍ଷଣ ॥୪୫॥
ହରିଣୀ ଵିପତ୍ତି କଲ ଖଣ୍ଡନ ।
ନମୋ ହିରଣାକ୍ଷ ସୁଖ ମଣ୍ଡନ ॥୪୬॥
ନମୋ ଅମରପୁର ଅଧିପତି ।
ନମୋ ଵାମନ ମୁକୁନ୍ଦ ମୁରତି ॥୪୭॥
ଯଶୋଵନ୍ତିପୁର ମଣ୍ଡନ ନମ ।
ନମୋ ନାଗପୁର ଶେଷ ମଣ୍ଡନ ॥୪୮॥
ନମୋ ବଳିରାଜା ଦର୍ପନାଶନ ।
ଅମରପଦ ଵିହନ୍ତା ହେ ନମ ॥୪୯॥
ନମୋ ଲକ୍ଷ୍ମୀଦେଵୀ ଭାରତୀକାନ୍ତ ।
ନମୋ ଦିନମଣି ରଥାଙ୍ଗ ହସ୍ତ ॥୫୦॥
ଯଶୋଦାସୁତ ନମୋ ନମସ୍ତୁତେ ।
ଋଷି ତନୟା ଗତି ନମସ୍ତୁତେ ॥୫୧॥
ନମୋ ଜନକ ନନ୍ଦିନୀ ଵଲ୍ଲଭ ।
ନମୋ ରୁକ୍ମିଣୀର ଚିତ୍ତ ପଲ୍ଲଵ ॥୫୨॥
ନମୋ ଲୀଳାଵତୀ ମାନସଚାନ୍ଦ ।
ନମସ୍ତେ ପଙ୍କଜ ଲୋଚନାନନ୍ଦ ॥୫୩॥
ନମୋ ତ୍ରିଵିକ୍ରମ ରୂପ ଧାରଣ ।
ତିନିଲୋକ ପତି ନମସ୍ତେ ନମ ॥୫୪॥
ପୁଷ୍ପ ତୋଳିଲ କଂସକୁ ଛଳିଲ ।
ଦୁଷ୍ଟ ନିଵାରି ପିତା ଉଦ୍ଧାରିଲ ॥୫୫॥
ଵେଦ ଉଦ୍ଧରି ବଳିକି ଛଳିଲ ।
ରାଵଣ ଵଧି ରାଜୁସି ପାଳିଲ ॥୫୬॥
ରୁକ୍ଷପତିକୁ ରାଜା କରାଇଲ ।
ଅମର ଵର ଵିଭୀଷଣେ ଦେଲ ॥୫୭॥
ଵାଳୀ ନାଶିଲ ସପ୍ତତରୁ ଛେଦି ।
ଭକତ ନିମନ୍ତେ ଦାନଵ ଵଧି ॥୫୮॥
ଦାରୁଣ ଦୁଃଖ ନିଵାରଣ ଗତି ।
ଚଉଦ ଭୁଵନେ ଯେ ଅଧିପତି ॥୫୯॥
ଚତୁଵର୍ଗ ଯାର ନିରତେ ଜୁର ।
ଦୀନ ଅଚ୍ୟୁତ ସେ ପାଦେ ଭ୍ରମର ॥୬୦॥
ପାଦ ପଦ୍ମରେ ଭ୍ରମଣ ହୋଇଣ ।
ଚୁମ୍ଵୁଥିବି ଏକା କ୍ଷଣକୁ କ୍ଷଣ ॥୬୧॥
ଏହି ଜଣାଣ କରୁଅଛି ରହି ।
ମୁଢ ଅଚ୍ୟୁତ ଶରଣ ମାଗଇ ॥୬୨॥
ମୋତେ ଉଦ୍ଧର ହେ ନନ୍ଦର ବଳା ।
ଦୀନ ଅଚ୍ୟୁତ କରିଅଛି ଭେଳା ॥୬୩॥
ଶରଣ ପଞ୍ଜର ଏ ସ୍ତୋତ୍ର ନାମ ।
ପଢିଲେ ନ ଥାଇ ଭୟ ଶମନ ॥୬୪॥
ପର୍ଵତ ଶିଖରେ ଫୁଟିବ କଇଁ ।
ଅଚ୍ୟୁତ ଵଚନ ମିଥ୍ଯା ନୁହଁଇ ॥୬୫॥
ପୂର୍ଵ ଭାନୁ ଅବା ପଶ୍ଚିମେ ଯିବ ।
ଅଚ୍ୟୁତ ଵଚନ ଆନ ନୋହିବ ॥୬୬॥
ଠୁଳ ଶୂନ୍ୟକୁ ମୁଁ କରିଣ ଆଶ ।
ଠିକେ ଭଣିଲେ ଶ୍ରୀ ଅଚ୍ୟୁତ ଦାସ ॥୬୭॥
ଯେହୁ ଏହାକୁ କରିବ ଵିଶ୍ୱାସ ।
ସକଳ ଦୁଃଖ ଶୋକ ହୁଏ ନାଶ ॥୬୮॥
ଏହା ପଢିଶୁଣି ଭକ୍ତିରେ ପ୍ରାଣୀ ।
ନିବିଡ ଫିଟୁ ଦିଶୁ ଦିନମଣି ॥୬୯॥
ଶରଣ ପଞ୍ଜର ନିରତେ ଘୋଷ ।
ଭାଵରେ ଭଣିଲେ ଅଚ୍ୟୁତ ଦାସ ॥୭୦॥

॥ ଇତି ଶ୍ରୀ ଶରଣ ପଞ୍ଜର
ସଦାଜୟ ସମ୍ପୂର୍ଣ୍ଣମ୍ ॥


English Transliteration:

mana kahai āhe caitana ।
thira mātra hoi sadhīre śuṇa ॥1॥
cāla sumana saṅga hoiyibā ।
jagamohane śaraṇa paśibā ॥2॥
tāṅka caraṇe paśile śaraṇa ।
sehu nāśibe aśeṣa kaṣaṇa ॥3॥
emanta samaste meḻa hoile ।
jagamohanaku caḻiṇa gale ॥4॥
dvādaśa gopāḻa saṅgate śobhā ।
acyuta dāsaye āgare ubhā ॥5॥
garuḍa pāruśe ubhā hoiṇa ।
dīna acyuta karai jaṇāṇa ॥6॥
śaraṇa paśiṇa caraṇa taḻe ।
padmamukhaku ye cāhim̐ṇa ḍoḻe ॥7॥
pāmara acyuta kare vinati ।
uddharibe mote kamaḻā pati ॥8॥
namo jagata jīvana murāri ।
namo kamaḻa śaṅkhacakra dhārī ॥9॥
namo bhakatajanaṅka gosāim̐ ।
namaste nandanandana kahnāi ॥10॥
namo vāsudeva saṅkaraṣaṇa ।
namo pradyumna namo nārāyaṇa ॥11॥
namo varāha viśvarūpadhārī ।
namo nirguṇa nirvikāra hari ॥12॥
namo padmanābha padmajā kānta ।
namo padmahasta namo ananta ॥13॥
namaste puṣkara sahasre pāda ।
namaste namaste sahasre bhuja ॥14॥
namaste varāha varadāyaka ।
muḍha acyutaku bāreka rakha ॥15॥
namo acyuta namo bāḻa rūpa ।
namaste bāḻaarka diśe rūpa ॥16॥
keśava vāmana namaste rāma ।
mādhava govinda he parśurāma ॥17॥
madhusūdana namaste gopāḻa ।
govarddhanadhārī āhe bhupāḻa ॥18॥
śrīvatsa trivikrama namastute ।
pitāmvaradhārī rakhaye mote ॥19॥
sṛṣṭi karatā gope adhikārī ।
namaste nikuñja vanavihārī ॥20॥
namo sāma yaju vedaṅka pati ।
namo ṝka atharvara ye gati ॥21॥
namaste śrīpati śrīdhara namo ।
jñānī mānaṅka ānandara dhāma ॥22॥
namo śyāma pitāmvara śrīkānta ।
naraka tāraṇa namo ananta ॥23॥
kṛtānta daṇḍaru heḻe uddhāra ।
muḍha acyutaku uddhari dhara ॥24॥
namo madhuripukaiṭabhāntaka ।
namo mahodadhi jaḻaśāyaka ॥25॥
namo keśināśa kūrma rūpaka ।
namo narasiṃha haṃsa rūpaka ॥26॥
namo parama brahma sanātana ।
namo hṛṣīkeśa keśava nama ॥27॥
namo bhagavate vāsudevāya ।
namo mohanāśa bhaya harāya ॥28॥
namo ratipati mohanāśana ।
namo viśvamūrtti viśvakeśana ॥29॥
trailokapati namo bhagavāna ।
bhakatabandhu namo sudarśana ॥30॥
namo vākyapati sukha karatā ।
dehara gati mukati ye dātā ॥31॥
devatā mānaṅka gati karatā ।
sahasra rūpare nitye vasantā ॥32॥
namo vasuvakra yajñarūpāya ।
praḻambhā yāmaḻā kaṃsa marddāya ॥33॥
aṣṭamallaṅkara hantakaratā ।
akhiḻa lokamānaṅkara dātā ॥34॥
namo yajñamūrtti madhusūdana ।
kamaḻapatra nayana he namo ॥35॥
namo jayanta namo trilocana ।
namo govinda gopīnātha nama ॥36॥
namo nṛsiṃha namo trivikrama ।
namaste kaustubhadhārī he nama ॥37॥
namo caturbhuja yamunāpati ।
dānava nāśana yaduṅka gati ॥38॥
yajñavarāha jaya tu keśava ।
namo gadādhara namo yādava ॥39॥
parameśvara padmajāra bandhu ।
paramānanda jaya kṛpāsindhu ॥40॥
karuṇāsindhu namo kamvudhārī ।
vināśa kara vipatti mohari ॥41॥
bāre sudayā kara mohaṭhāre ।
namo khagapati khaṭvāṅgadhāre ॥42॥
khaṇḍā paraśudhārī namo nama ।
namo virañci namo nārāyaṇa ॥43॥
namo nīḻādri varalocanāya ।
namo nārakāsura vināśāya ॥44॥
kañjalocana karuṇā nidāna ।
karivaraku śaraṇa rakṣaṇa ॥45॥
hariṇī vipatti kala khaṇḍana ।
namo hiraṇākṣa sukha maṇḍana ॥46॥
namo amarapura adhipati ।
namo vāmana mukunda murati ॥47॥
yaśovantipura maṇḍana nama ।
namo nāgapura śeṣa maṇḍana ॥48॥
namo baḻirājā darpanāśana ।
amarapada vihantā he nama ॥49॥
namo lakṣmīdevī bhāratīkānta ।
namo dinamaṇi rathāṅga hasta ॥50॥
yaśodāsuta namo namastute ।
ṛṣi tanayā gati namastute ॥51॥
namo janaka nandinī vallabha ।
namo rukmiṇīra citta pallava ॥52॥
namo līḻāvatī mānasacānda ।
namaste paṅkaja locanānanda ॥53॥
namo trivikrama rūpa dhāraṇa ।
tiniloka pati namaste nama ॥54॥
puṣpa toḻila kaṃsaku chaḻila ।
duṣṭa nivāri pitā uddhārila ॥55॥
veda uddhari baḻiki chaḻila ।
rāvaṇa vadhi rājusi pāḻila ॥56॥
rukṣapatiku rājā karāila ।
amara vara vibhīṣaṇe dela ॥57॥
vāḻī nāśila saptataru chedi ।
bhakata nimante dānava vadhi ॥58॥
dāruṇa duḥkha nivāraṇa gati ।
cauda bhuvane ye adhipati ॥59॥
catuvarga yāra nirate jura ।
dīna acyuta se pāde bhramara ॥60॥
pāda padmare bhramaṇa hoiṇa ।
cumvuthibi ekā kṣaṇaku kṣaṇa ॥61॥
ehi jaṇāṇa karuachi rahi ।
muḍha acyuta śaraṇa māgai ॥62॥
mote uddhara he nandara baḻā ।
dīna acyuta kariachi bheḻā ॥63॥
śaraṇa pañjara e stotra nāma ।
paḍhile na thāi bhaya śamana ॥64॥
parvata śikhare phuṭiba kaim̐ ।
acyuta vacana mithyā nuham̐i ॥65॥
pūrva bhānu abā paścime yiba ।
acyuta vacana āna nohiba ॥66॥
ṭhuḻa śūnyaku mum̐ kariṇa āśa ।
ṭhike bhaṇile śrī acyuta dāsa ॥67॥
yehu ehāku kariba viśvāsa ।
sakaḻa duḥkha śoka hue nāśa ॥68॥
ehā paḍhiśuṇi bhaktire prāṇī ।
niviḍa phiṭu diśu dinamaṇi ॥69॥
śaraṇa pañjara nirate ghoṣa ।
bhāvare bhaṇile acyuta dāsa ॥70॥

॥ iti śrī śaraṇa pañjara
sadājaya sampūrṇam ॥

Share this: