Śrī Pāda Vandanā: Hymn of Surrender Onto Lord’s Feet

Hymn directing the Mind to kiss and surrender onto the Feet of the Supreme Lord, considering it the only way of liberation from this mortal world.

(Below is the hymn as collected from the compositions of Mahāpuruṣa Acyutānanda, composed around 16th Century AD in Oḍiā; transliterated into English Script)


In Oḍiā Script:

ଅମଳ କମଳ ଚରଣକୁ ମନ
ଭ୍ରମରା ତୁ ହୋଇ ଯାରେ ।
କମଳା ସେଵିତ କୋମଳ ଚରଣେ
ନିରନ୍ତରେ ଚୁମ୍ବୁଥା ରେ ॥୦॥

ଯେଉଁ ପାଦ ପଦ୍ମେ ଅଷ୍ଟାଦଶ ଚିହ୍ନ
ଗଙ୍ଗା ଆଦିଙ୍କର କୋଟି ତୀର୍ଥମାନ ।
ଝରୁଅଛି ସଦା ଅଭୟ ଅମୃତ
ପାନ କର ତୁ ମଜାରେ ॥୧॥

ଯେଉଁ ପାଦ ଧ୍ଯାଯୀ ଅହଲ୍ଯା ମୁକତ
ଯେଉଁ ପାଦ ଧୋଇ ପିଇଲା କୈଵର୍ତ୍ତ ।
ସେହି ପାଦେ ଧ୍ଯାଇ ରାଵଣର ଭାଇ
ଲଙ୍କା କଟକେ ରାଜା ରେ ॥୨॥

ଯେଉଁ ପାଦ ସେଵି ଋଷି ମାରକଣ୍ଡ
ପ୍ରଳୟ ଜଳରେ ଦେଖିଲେ ବ୍ରମହାଣ୍ଡ ।
ସେହି ପାଦେ ଲେପି ଅଗରୁ ଚନ୍ଦନ
ସୁନ୍ଦରୀ ହେଲା କୁବୁଜାରେ ॥୩॥

ବାଳି ଉଗ୍ରସେନ ସୁଗ୍ରୀ ହନୁମାନ
ଯେଉଁ ପାଦ ପଦ୍ମେ ପଶିଲେ ଶରଣ ।
ଗଭୀର ଜଳରେ ଗଜ ଉଧାରଣ
ସେହି ପାଦେ ରହି ଥାରେ ॥୪॥

ଧ୍ରୁଵ ପ୍ରହଲ୍ଲାଦ ଦ୍ରୌପଦୀ ନାରଦ
ପଞ୍ଚ ପାଣ୍ଡଵେ ସେଵିଲେ ଯେଉଁ ପାଦ ।
ଭାଵି ସେହି ପଦ ରହ ସଦାନନ୍ଦ
ଦୁଷ୍ଟ ସଙ୍ଗତେ ନ ଯାରେ ॥୫॥

ଯେଉଁ ପାଦ ପଦ୍ମେ କରି ଯୋଗଲୟ
ମୃତ୍ଯୁକୁ ଜିଣି ଅଛନ୍ତି ମୃତ୍ଯୁଞ୍ଜୟ ।
କୃତାର୍ଥ ଗତିକି ସେ ପଦ ଅଭୟ
ତହିଁ ଚିତ୍ତକୁ ମଜାରେ ॥୬॥

ପୁରାଣ ଵର୍ଣିଲେ ଵ୍ଯାସ ମୁନି ଶୁକ
ଯାହା ଭାଵୁଛନ୍ତି ସନଜ ଜନକ ।
ତ୍ରିଲୋକ୍ଯ ନାଥ ସେ ମୁକତି ଦାଯକ
ମୋକ୍ଷ ପଥକୁ ଧ୍ଵଜାରେ ॥୭॥

ସାଧୁ ସାଙ୍ଗ କର ନଭାଳ ତୁ ଆନ
ସହସ୍ର ଦଳ କମଳେ ନିରଞ୍ଜନ ।
କହନ୍ତି ଅଚ୍ଯୁତ ଦେଖିବୁ ପ୍ରତ୍ଯକ୍ଷ
ଦୁଷ୍ଟ ସଙ୍ଗତେ ନ ଯା ରେ ॥୮॥


English Transliteration:

amaḻa kamaḻa caraṇaku mana
bhramarā tu hoi yāre ।
kamaḻā sevita komaḻa caraṇe
nirantare cumbuthā re ॥0॥

yeum̐ pāda padme aṣṭādaśa cihna
gaṅgā ādiṅkara koṭi tīrthamāna ।
jharuachi sadā abhaya amṛta
pāna kara tu majāre ॥1॥

yeum̐ pāda dhyāyī ahalyā mukata
yeum̐ pāda dhoi piilā kaivartta ।
sehi pade dhyāi rāvaṇara bhāi
laṅkā kaṭake rājā re ॥2॥

yeum̐ pāda sevi ṛṣi mārakaṇḍa
praḻaya jaḻare dekhile bramahāṇḍa ।
sehi pāda lepi agaru candana
sundarī helā kubujāre ॥3॥

bāḻi ugrasena sugrī hanumāna
yeum̐ pāda padme paśile śaraṇa ।
gabhīra jaḻare gaja udhāraṇa
sehi pāde rahi thāre ॥4॥

dhruva prahallāda draupadī nārada
pañca pāṇḍave sevile yeum̐ pāda ।
bhāvi sehi pada raha sadānanda
duṣṭa saṅgate na yāre ॥5॥

yeum̐ pāda padme kari yogalaya
mṛtyuku jiṇi achanti mṛtyuñjaya ।
kṛtārtha gatiki se pada abhaya
tahim̐ cittaku majāre ॥6॥

purāṇa varṇile vyāsa muni śuka
yāhā bhāvuchanti sanaja janaka ।
trilokya nātha se mukati dāyaka
mokṣa pathaku dhvajāre ॥7॥

sādhu sāṅga kara nabhāḻa tu āna
sahasra daḻa kamaḻe nirañjana ।
kahanti acyuta dekhibu pratyakṣa
duṣṭa saṅgate na yā re ॥8॥

Share this: